“ପରାମର୍ଶ ଅଧିକରୁ ଅଧିକ ମାତ୍ରାରେ ସଜାଗତା ପ୍ରଦାନ କରେ ଏବଂ ଅନୁମାନକୁ ନିଶ୍ଚୟତାରେ ପରିଣତ କରାଏ । ଏହା ଏକ ପ୍ରଜ୍ଜ୍ୱଳିତ ଆଲୋକ ଯାହା ଏକ ଅନ୍ଧକାର ଦୁନିଆରେ, ମାର୍ଗ ପ୍ରସ୍ତୁତ କରେ ଏବଂ ମାର୍ଗଦର୍ଶନ କରିଥାଏ । ପ୍ରତ୍ୟେକ ଜିନିଷ ପାଇଁ ସମ୍ପୂର୍ଣ୍ଣତା ଓ ପରିପକ୍ୱତାର ପଦବୀ ରହିଅଛି ଏବଂ ରହିବ । ବୋଧଗମ୍ୟତା ଉପହାରର ପରିପକ୍ୱତା ପରାମର୍ଶ ମାଧ୍ୟମରେ ହିଁ ପ୍ରକଟିତ ହୁଏ । ”


ବାହ’ଓଲ୍ଲହ

ବାହ’ଈ ଧର୍ମରେ କୌଣସି ପୁରୋହିତ ନାହାଁନ୍ତି । ଏହାର କାର୍ଯ୍ୟକଳାପ ଗୁଡିକ ଗୁପ୍ତ ମତଦାନ ଦ୍ୱାରା ନିର୍ବାଚିତ ସ୍ଥାନୀୟ, ଆଞ୍ଚଳିକ, ରାଷ୍ଟ୍ରୀୟ ଓ ଆନ୍ତରାଷ୍ଟ୍ରୀୟ ଅନୁଷ୍ଠାନ ଗୁଡିକ ଦ୍ୱାରା ପରିଚାଳିତ ହୋଇଥାଏ । ଏହି ନିର୍ବାଚନ ବିନା କୌଣସି ପ୍ରଚାର ଓ ପ୍ରସାରରେ ଏକ ପ୍ରକ୍ରିୟା ଦ୍ୱାରା ସମ୍ପାଦିତ ହୁଏ । ଯେଉଁ ଅନୁଗାମୀ ମାନେ ଏହି ଅନୁଷ୍ଠାନ ଗୁଡିକରେ ସେବା ଦେବା ନିମନ୍ତେ ନିର୍ବାଚିତ ହୁଅନ୍ତି, ସେମାନଙ୍କ ପାଖରେ ବ୍ୟକ୍ତିଗତ ଭାବରେ କୌଣସି ଅଧିକାର ନ ଥାଏ , ପରନ୍ତୁ ଅନୁଷ୍ଠାନର ସଦସ୍ୟ ରୁପରେ ସେମାନେ ନିୟମ ପ୍ରଣୟନକାରୀ, ଶାସନକାରୀ ଏବଂ ବିଚାରପତି ଭାବରେ ଅଧିକାର ଥାଏ । ଏହି ଅନୁଷ୍ଠାନ ଗୁଡିକ ବାହ’ଈ ସାମୁଦାୟିତ ଜୀବନର ଆଭ୍ୟନ୍ତରୀଣ ବିଷୟ ଗୁଡିକର ପରିଚାଳନା ତଥା ବସତି ମଧ୍ୟକୁ ଆଧ୍ୟାତ୍ମିକ ଓ ଭୌତିକ ସମ୍ବଳ ଗୁଡିକୁ ଯୋଗାଇବା ନିମନ୍ତେ ଦାୟୀ ଅଟନ୍ତି ।

ଏହି ଅନୁଷ୍ଠାନ ଗୁଡିକ, ଯାହା ବାହ’ଈ ପ୍ରଶାସନିକ ବ୍ୟବସ୍ଥାର ଅଂଶ ଅଟନ୍ତି, ପରାମର୍ଶ ନିୟମ ଦ୍ୱାରା ହିଁ କାର୍ଯ୍ୟ କରନ୍ତି । ଏହି ନିୟମ ଅନୁଯାୟୀ, ଏକ ଅନୁଷ୍ଠାନର ସଦସ୍ୟମାନେ ସମସ୍ତ ଚର୍ଚ୍ଚାଗୁଡିକୁ ପ୍ରତ୍ୟକ ବିଷୟର ସତ୍ୟତାକୁ ଖୋଜି ବାହାର କରିବା ଆଧାରରେ ସମ୍ପାଦନ କରନ୍ତି । ସେମାନେ ସ୍ପଷ୍ଟ ଭାବରେ ନିଜର ମତାମତ ପ୍ରଦାନ କରନ୍ତି ପରନ୍ତୁ ବ୍ୟକ୍ତିଗତ ଦୃଷ୍ଟିକୋଣ ଠାରୁ ଅନାସକ୍ତ ରୁହନ୍ତି, ବାସ୍ତବିକତା ଉପରେ ଏକ ବ୍ୟାପକ ଦୃଷ୍ଟିକୋଣ ହାସଲ କରିବା ଉଦ୍ଦେଶ୍ୟରେ ଅନ୍ୟମାନଙ୍କ ଦୃଷ୍ଟିକୋଣରୁ ଶିଖିବା ଆବଶ୍ୟକ ମଣନ୍ତି । ବ୍ୟକ୍ତିଗତ ବିଷୟ ଅଥବା ହିତଗୁଡିକୁ ପ୍ରଭାବିତ କରୁଥିବା ହେରା ଫେରି, ପକ୍ଷପାତ ତଥା ଅନ୍ୟ ପ୍ରକାର ତତ୍ତ୍ୱ ଗୁଡିକୁ ଅତଃ ଦୁର କରାଯାଇଅଛି ।