“ପ୍ରତ୍ୟେକ ଶିଶୁ ଅନ୍ତର୍ନିହିତ ଭାବରେ ବିଶ୍ୱର ପ୍ରକାଶ ଅଟନ୍ତି ଏବଂ ଠିକ୍ ସେହି ସମୟରେ ଏହାର ଅନ୍ଧକାର; ଅତଃ ଶିକ୍ଷାର ପ୍ରଶ୍ନ ପ୍ରାଥମିକ ଗୁରୁତ୍ୱ ଭାବରେ ବିବେଚିତ ହେବା ଅତ୍ୟନ୍ତ ଆବଶ୍ୟକ ।”


ଆବ୍‌ଦୋଲ-ବାହ୍‌

ଶିଶୁମାନଙ୍କର ଏକ ଦଳ ହସ ଖୁସି ତଥା ଥଟ୍ଟା ମଜା କରି ଏକ ସକ୍ରିୟ ପଡୋଶୀ ବସତିର ଗଳିରେ ବୃହତ୍ ଦଳରେ ଚାଲି ଚାଲି ଆସନ୍ତି । ରାସ୍ତାରେ ଆସିବା ସମୟରେ, ବଣୁଆ ବୁଦାରୁ ଉଜ୍ଜ୍ୱଳ ହଳଦିଆ ରଙ୍ଗର ଫୁଲ ଗୁଡିକୁ ତୋଳି, ସେମାନେ ସେଗୁଡିକୁ ଏକ ଯୁବ ମାତାଙ୍କ ଗୃହକୁ ଆଣନ୍ତି ଯିଏ ସେମାନଙ୍କୁ ପ୍ରତ୍ୟେକ ସପ୍ତାହରେ ଆଧ୍ୟାତ୍ମିକ ଗୁଣଗୁଡିକ ବିଷୟରେ ଶିକ୍ଷା ପ୍ରଦାନ କରନ୍ତି । ପୂର୍ଣ୍ଣ ଉତ୍ସାହର ସହିତ ନିଜ ଶିକ୍ଷକଙ୍କୁ ଅଭିବାଦନ ଜଣାଇବା ପରେ, ସେମାନେ ବସିବା ନିମନ୍ତେ ଚଟାଇ ବିଛାନ୍ତି ଓ ଏହାର କେନ୍ଦ୍ରୀୟ ସ୍ଥଳକୁ ପୁଷ୍ପ ଗୁଡିକରେ ସୁସଜ୍ଜିତ କରନ୍ତି । ପ୍ରାର୍ଥନା ନିମନ୍ତେ ପ୍ରସ୍ତୁତ ହେବା ପାଇଁ ଯଥାଶୀଘ୍ର ଶାନ୍ତ ହୋଇଯାଆନ୍ତି । ସେମାନେ ହୃଦୟର ସହିତ ମିଳିତ ଭାବରେ ତଥା ଉଚ୍ଚ ସ୍ୱରରେ ଏବଂ ସଚ୍ଚୋଟତାର ସହିତ ଅନେକ ପ୍ରାର୍ଥନା ଗାନ କରନ୍ତି ଓ ତାପରେ ଶିକ୍ଷକ ସେମାନଙ୍କୁ ଅନ୍ୟ ଏକ ନୂତନ ପ୍ରାର୍ଥନା ଶିଖିବାରେ ସାହାଯ୍ୟ କରନ୍ତି । ସେମାନେ ସଙ୍ଗୀତ ଗାନ କରନ୍ତି ଏବଂ ବିଶ୍ୱାସପାତ୍ରତା ଉପରେ ଆଧାରିତ ଏକ କାହାଣୀକୁ ଧ୍ୟାନପୂର୍ବକ ଶୁଣିବା ପୂର୍ବରୁ ପବିତ୍ର ଲେଖାବଳୀରୁ ବିଶ୍ୱାସ ପାତ୍ରତା ସହ ସମ୍ବନ୍ଧିତ ଏକ ଉଦ୍ଧୃତାଂଶ ଉପରେ ଚର୍ଚ୍ଚା କରନ୍ତି । ସେମାନେ ଏକ ସକ୍ରିୟ ସହଯୋଗ ମୁଳକ ଖେଳ ଖେଳନ୍ତି ଓ ତା’ପରେ ସେମାନେ ଶିଖିଥିବା ଉଦ୍ଧୃତାଂଶ ସହ ସମ୍ବନ୍ଧିତ ଏକ ଛବିକୁ ରଙ୍ଗ କରିବାରେ ଧ୍ୟାନମଗ୍ନ ହୋଇଯାଆନ୍ତି ।

ଯଦିଓ ସେହି ଶିକ୍ଷକ ଆରମ୍ଭରେ ଶିଶୁମାନଙ୍କୁ ଶ୍ରେଣୀର ଲୟ ଅନୁସରଣ କରାଇବା ନିମନ୍ତେ ସାହାଯ୍ୟ କରିବା ପାଇଁ ପ୍ରବଳ ପ୍ରଚେଷ୍ଟା କରୁଥିଲେ, ବର୍ତ୍ତମାନ ଏହା ଅନୁଭବ କରନ୍ତି ଯେ, ଶିଶୁମାନଙ୍କୁ ଉପଯୁକ୍ତ ଆଚରଣ ପ୍ରଦର୍ଶନ କରିବାରେ ପ୍ରୋତ୍ସାହିତ କରିବା ନିମନ୍ତେ ପାରମ୍ପରିକ କ୍ରୁର ଶୃଙ୍ଖଳାର ଅନ୍ୟ କୌଣସି ଆବଶ୍ୟକତା ନାହିଁ । ଏପରି ଆଚରଣ; ଯେଉଁଠି ବାତାବରଣ ପ୍ରେମ, ସହଯୋଗ ଓ ପାରସ୍ପରିକ ସମ୍ମାନରେ ଭରପୁର ଥାଏ, ଏବଂ ଏକ ଆଧ୍ୟାତ୍ମିକ ଜୀବନକୁ ଆଗକୁ ନେବାର ଅର୍ଥ ଉପରେ ଶିଶୁ ମାନଙ୍କ ସଜାଗତା ଦୃଢୀଭୂତ ହୋଇଥାଏ । ଯେତେବେଳେ ଶିଶୁମାନେ ଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତି, ସେମାନେ ସେହି ଛବି ଗୁଡିକୁ ନିଜ ପରିବାର ସହିତ ସହଭାଗୀ କରନ୍ତି ଏବଂ ଶିକ୍ଷକ ପ୍ରତ୍ୟେକ ଦିନ ପ୍ରଭାତ ଓ ସନ୍ଧ୍ୟା କାଳରେ ପ୍ରାର୍ଥନା କରିବାର ଅଭ୍ୟାସକୁ ବଜାୟ ରଖିବାରେ ଶିଶୁମାନଙ୍କ ସହାୟତା କରିବା ନିମନ୍ତେ ତଥା ଏପରିକି ସେମାନଙ୍କ ଗୃହରେ ଭକ୍ତିମୂଳକ ବୈଠକ ଆୟୋଜନ କରିବା ନିମନ୍ତେ ପିତାମାତା ମାନଙ୍କୁ ପ୍ରୋତ୍ସାହିତ କରନ୍ତି ।

ଏପରି ହଜାର ହଜାର ଦୃଶ୍ୟ ସାରା ଭାରତରେ ପ୍ରତ୍ୟେକ ସପ୍ତାହରେ ଦୃଶ୍ୟମାନ ହୁଏ, ଯେହେତୁ ସ୍ଥାନୀୟ ଯୁବା, ପୁରୁଷ ଓ ନାରୀମାନେ ନିଜ ନିଜ ବସତିରେ ଶିଶୁମାନଙ୍କ ନୈତିକ ତଥା ଆଧ୍ୟାତ୍ମିକ ଶିକ୍ଷା ଶ୍ରେଣୀ ନିମନ୍ତେ ନିଜ ଗୃହକୁ ଉନ୍ମୁକ୍ତ କରିବାରେ ତଥା ଶିକ୍ଷା ଶ୍ରେଣୀ ଗୁଡିକର ଶିକ୍ଷକ ରୁପରେ ସେବା ଦେବା ନିମନ୍ତେ ଜାଗ୍ରତ ହୁଅନ୍ତି । ଏହି ଶ୍ରେଣୀ ଗୁଡିକରେ କେବଳ ‘ଉଚିତ୍‌’ ଓ ‘ଅନୁଚିତ୍‌’ ବିଷୟରେ ଜାଣିବା ଉପରେ ଧ୍ୟାନ ଦେବା ବଦଳରେ, ସେମାନଙ୍କ ଆଧ୍ୟାତ୍ମିକ ଗୁଣାବଳୀ ଓ ବିଶ୍ୱାସ, ସେହି ଅଭ୍ୟାସ ଗୁଡିକ ତଥା ଆଚରଣର ଶୈଳୀ ଯାହା ଏକ ବ୍ୟକ୍ତିକୁ ଆଧ୍ୟାତ୍ମିକ ଭାବରେ ସମୃଦ୍ଧ କରିଥାଏ, ଉପରେ ଗୁରୁତ୍ୱ ପ୍ରଦାନ କରାଯାଏ । ଏକ ଗ୍ରାମ ଅଥବା ପ୍ରଦତ୍ତ ପଡୋଶୀ କ୍ଷେତ୍ରରେ ଜନସଂଖ୍ୟାର ଏକ ବିଶାଳ କ୍ଷେତ୍ର ମଧ୍ୟରେ ସଜାଗତା ଆଣିବାର ପ୍ରୟାସ କରାଯାଏ, ଯଦ୍ୱାରା ବସତିର ସମସ୍ତ ସଦସ୍ୟଗଣ ଶିଶୁମାନେ ଗ୍ରହଣ କରୁଥିବା ଶିକ୍ଷାକୁ ଦୃଢୀଭୂତ କରିବା ନିମନ୍ତେ ମିଳିତ ଭାବରେ କାର୍ଯ୍ୟ କରିପାରିବେ ।

Scroll Up