“ଅବସ୍ଥିତିର ଜଗତରେ ପ୍ରାର୍ଥନା ଠାରୁ ମଧୁର ଆଉ କଛି ନାହିଁ । ମନୁଷ୍ୟ ନିଶ୍ଚିତ ଭାବେ ପ୍ରାର୍ଥନାପୁର୍ଣ୍ଣ ସ୍ଥିତିରେ ରହିବା ଉଚିତ୍ । ପ୍ରାର୍ଥନା ଓ ବିନୀତପୁର୍ଣ୍ଣ ଅବସ୍ଥା ସବୁଠାରୁ ଅଧିକ ଆଶୀଷମୟ ଅବସ୍ଥା ଅଟେ । ପ୍ରାର୍ଥନା ଈଶ୍ୱରଙ୍କ ସହ ବାର୍ତ୍ତାଳାପ ଅଟେ । ସର୍ବୋତ୍ତମ ସଫଳତା ଏବଂ ସବୁଠାରୁ ଅଧିକ ମଧୁର ସ୍ଥିତି ଈଶ୍ୱରଙ୍କ ସହ ବାର୍ତ୍ତାଳାପ ବ୍ୟତୀତ ଅନ୍ୟକିଛି ନୁହେଁ ।”


ଆବ୍‌ଦୋଲ୍‌-ବାହ

ସମଗ୍ର ଭାରତରେ ଗ୍ରାମ ଓ ପଡୋଶୀ କ୍ଷେତ୍ର ଗୁଡିକ ସାମୁହିକ ଉପାସନା ସମ୍ମିଳନୀ ଗୁଡିକୁ ପ୍ରସ୍ଫୁଟିତ ହେବାର ସାକ୍ଷ୍ୟ ପ୍ରଦର୍ଶନ କରୁଅଛନ୍ତି । ହଜାର ହଜାର ଆତ୍ମା ନିଜ ନିଜ ଗୃହରେ ବିଭିନ୍ନ ଉପାୟରେ ମାସିକ, ସାପ୍ତାହିକ ଅଥବା ଦୈନନ୍ଦିନ ଆଧାରରେ ପ୍ରାର୍ଥନା କରିବା ନିମନ୍ତେ, ପବିତ୍ର ଗ୍ରନ୍ଥର ଅଂଶଗୁଡିକୁ ପଢିବା ନିମନ୍ତେ ଏବଂ ନିଜ ଜୀବନରେ ସେଗୁଡିକର ପ୍ରୟୋଗ ବିଷୟରେ ଚର୍ଚ୍ଚା କରିବା ନିମନ୍ତେ ଏକତ୍ରୀତ ହୁଅନ୍ତି । ବିଭିନ୍ନ ବୟସ ଓ ପୃଷ୍ଠଭୂମିର ବନ୍ଧୁମାନଙ୍କର ଏହି ଛୋଟ ଛୋଟ ବୈଠକ ଗୁଡିକ ସଂପୃକ୍ତ ବ୍ୟକ୍ତି ମାନଙ୍କର ଆଧ୍ୟାତ୍ମିକ ଜୀବନକୁ ସମୃଦ୍ଧ କରିଥାଏ, ତଥା ସେହି କ୍ଷେତ୍ରରେ ବସତିର ଏକତା ଓ ଆଧ୍ୟାତ୍ମିକ ବନ୍ଧନ ଗୁଡିକୁ ନିବିଡ ଭାବରେ ବାନ୍ଧିଥାଏ ।

ଯେତେବେଳେ ବାହ’ଈ ସମୁଦାୟ ପାଖରେ ମନ୍ଦିର ଅଛି ଯେଉଁଠାରେ ସମସ୍ତ ପୃଷ୍ଠଭୂମିର ଲୋକମାନେ ପ୍ରାର୍ଥନା ଓ ଧ୍ୟାନ ନିମନ୍ତେ ଏକତ୍ରୀତ ହୁଅନ୍ତି (ବାହ’ଈ ଉପାସନା ମନ୍ଦିରର ଏକ ମୁଖ୍ୟ ଉଦାହରଣ-- ଯାହାକି ପଦ୍ମ ମନ୍ଦିର ନାମରେ ଖ୍ୟାତ - ଯାହା ଦିଲ୍ଲୀରେ ଅବସ୍ଥିତ), ପରନ୍ତୁ ବାହ’ଈମାନେ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ ସେହି ସ୍ଥାନ ଯେଉଁଠାରେ ଲୋକମାନେ ଈଶ୍ୱରଙ୍କ ସ୍ମରଣ ନିମନ୍ତେ ଏକତ୍ରୀତ ହୁଅନ୍ତି ତାହା ଆଶୀର୍ବାଦିତ ଅଟେ ଏବଂ ଏପରିକି ତାହା ଏକ ମନ୍ଦିର ଅଟେ । ଯେହେତୁ ବାହ’ଈ ଧର୍ମ ଏକ ପୁରୋହିତ ହୀନ ଧର୍ମ ଅଟେ, ଏହା ପ୍ରତ୍ୟେକ ବ୍ୟକ୍ତିର ଦାୟିତ୍ୱ ଅଟେ ଯେ ସେମାନେ ନିଜ ବସତିର ଆଧ୍ୟାତ୍ମିକ ବିକାଶ ନିମନ୍ତେ ଏକ ନାୟକ ରୁପରେ ସେବା ପ୍ରଦାନ କରନ୍ତୁ, ଏବଂ ପ୍ରାର୍ଥନା ସଭା ଗୁଡିକୁ ଆୟୋଜନ କରିବା ଏକ ମାଧ୍ୟମ ଅଟେ ଯେଉଁଠାରେ ବ୍ୟକ୍ତି ଓ ପରିବାର ଗୁଡିକ ଏହି ଦାୟିତ୍ୱକୁ ନିର୍ବାହ କରନ୍ତି ।

Scroll Up