“ଏବଂ ବାହ’ଓଲ୍ଲହଙ୍କ ଶିକ୍ଷାବଳୀ ମଧ୍ୟରୁ ଗୋଟିଏ ହେଉଛି ଯେ ଯଦିଓ ଭୌତିକ ସଭ୍ୟତା ମାନବ ଜାତିର ପ୍ରଗତି ନିମନ୍ତେ ଏକ ମାଧ୍ୟମ ଅଟେ, ତଥାପି ଯେପର୍ଯ୍ୟନ୍ତ ଏହା ଦିବ୍ୟ ସଭ୍ୟତା ସହିତ ସଂଲଗ୍ନ ନ ହୋଇଅଛି, ମାନବଜାତିର ଖୁସି, ଯାହା ଆକାଂକ୍ଷିତ ଫଳ, ତାହା ହାସଲ ହେବ ନାହିଁ.....”


ଆବଦୋଲବାହ

ସମଗ୍ର ବିଶ୍ୱରେ ଯେଉଁମାନେ ବାହ’ଓଲ୍ଲହଙ୍କ ନୂତନ ବିଶ୍ୱର ପରିକଳ୍ପନା ଦ୍ୱାରା ଅନୁପ୍ରାଣୀତ ଅଟନ୍ତି, ସେମାନେ ଆଧ୍ୟାତ୍ମିକ ତଥା ଭୌତିକ ଭାବରେ ସମୃଦ୍ଧ ଜୀବନ୍ତ ବସତି ଗୁଡିକର ନିର୍ମାଣ ଲାଗି ଆବଶ୍ୟକ ଗତିବିଧି ତଥା କାର୍ଯ୍ୟକ୍ରମ ଗୁଡିକରେ ସାମିଲ୍ ଅଛନ୍ତି । ଏପରି ବସତି ଗୁଡିକର ବିକାଶ ନିମନ୍ତେ ବ୍ୟକ୍ତି, ଅନୁଷ୍ଠାନ ଓ ବସତିମାନ ଯେଉଁମାନେ ଏହାର ନିର୍ମାଣକର୍ତ୍ତା ସାଜିବେ ସେମାନଙ୍କ କ୍ଷମତା ତଥା ପରିପକ୍ୱତାରେ ଅତ୍ୟଧିକ ବୃଦ୍ଧିର ଆବଶ୍ୟକତା ପଡିବ । ଅଧୁନା, ସମଗ୍ର ଭାରତରେ ବାହ’ଈ ସମୁଦାୟ ଗୁଡିକ ମଧ୍ୟରେ ଏପରି କ୍ଷମତା ଗୁଡିକୁ ବିଭିନ୍ନ ଗତିବିଧି ଏବଂ କାର୍ଯ୍ୟକ୍ରମ ଯାହା ଉପାସନା ଓ ସେବାର ଅକ୍ଷ ଚତୁଃପାର୍ଶ୍ୱରେ ଘୁରିବୁଲେ, ମାଧ୍ୟମରେ ପୋଷିତ କରାଯାଉଅଛି ।

ବାହ’ଈ ଶିକ୍ଷାବଳୀରୁ ପ୍ରାପ୍ତ ଅନ୍ତର୍ଦୃଷ୍ଟି ଗୁଡିକୁ ଅନ୍ୟମାନଙ୍କ ସହିତ ସହଭାଗୀ କରି, ସାମୁହିକ ଉପାସନା ନିମନ୍ତେ ଅବସର ଗୁଡିକୁ ସୃଜନ କରି, ଯୁବାମାନଙ୍କୁ ସଶକ୍ତ କରି ଏବଂ ବନ୍ଧୁମାନଙ୍କର ଦଳ ଗୁଡିକ ଈଶ୍ୱରଙ୍କ ଶବ୍ଦର ଅଧ୍ୟୟନ କରାଇବାରେ ତଥା ଏକ ଉନ୍ନତ ବିଶ୍ୱ ନିମନ୍ତେ ଏହାକୁ ପ୍ରୟୋଗ କରାଇବା ମାଧ୍ୟମରେ, ଅଂଶଗ୍ରହଣକାରୀ ମାନେ ଏକ ଏପରି ବସତି ନିର୍ମାଣର ପ୍ରକ୍ରିୟାରେ ଯୋଗଦାନ କରନ୍ତି ଯେଉଁଠି ଉପାସନା ମୁଳକ ଗତିବିଧି ଗୁଡିକ ଏବଂ ସାମାଜିକ କଲ୍ୟାଣକୁ ପ୍ରୋତ୍ସାହିତ କରୁଥିବା ପ୍ରୟାସ ଗୁଡିକ ପରସ୍ପର ସହିତ ସମ୍ବନ୍ଧିତ ଅଟନ୍ତି ।