“ମନୁଷ୍ୟ ଏକ ଅମୁଲ୍ୟ ରତ୍ନଭରା ଖଣି ଅଟେ । କେବଳ ଶିକ୍ଷା ହିଁ ଏହାର କୋଷକୁ ଆବିଷ୍କାର କରିପାରିବ ଏବଂ ସମଗ୍ର ମାନବଜାତିକୁ ଏଥିରୁ ଲାଭ ଉଠାଇବାରେ ସକ୍ଷମ କରାଇପାରିବ ।”

ବାହ’ଓଲ୍ଲହ

ମନୁଷ୍ୟର ସାଧୁତାରେ ଏକ ଦୃଢ ସତ୍ୟତା ସହିତ, ବାହ’ଈମାନେ ବିଶ୍ୱାସ କରନ୍ତି ଯେ ସମାଜର ଉନ୍ନତି ନିମନ୍ତେ ବ୍ୟକ୍ତି ମାନଙ୍କ ପାଖରେ ଥିବା କ୍ଷମତା ଓ ଗୁଣଗୁଡିକୁ ବ୍ୟବସ୍ଥିତ ତଥା ନିରନ୍ତର ଭାବରେ ପୋଷିତ କରାଯିବା ଆବଶ୍ୟକ । ଶିକ୍ଷା ହିଁ ସେହି ପ୍ରକ୍ରିୟା ଅଟେ ଯାହା ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଥିବା ସାମର୍ଥ୍ୟ ଗୁଡିକର ବିଶାଳ ଭଣ୍ଡାରକୁ ସମାଜର ଉତ୍‌ଥାନ ନିମନ୍ତେ ଉପଯୋଗ କରାଇବାରେ ସାହାଯ୍ୟ କରେ । ବାସ୍ତବ ସମୃଦ୍ଧି ନିମନ୍ତେ, ଶିକ୍ଷାକୁ ନିଶ୍ଚିତ ରୁପରେ ମନୁଷ୍ୟ ଅବସ୍ଥିତିର ଉଭୟ ଆଧ୍ୟାତ୍ମିକ ଓ ଭୌତିକ ପକ୍ଷକୁ ସମ୍ବୋଧିତ କରିବାକୁ ହେବ ।

ବାହ’ଈମାନେ ସାମିଲ୍ ଥିବା ବସତି ନିର୍ମାଣ ଗତିବିଧି ଗୁଡିକର କେନ୍ଦ୍ରରେ ରହିଅଛି ଶୈକ୍ଷଣିକ କାର୍ଯ୍ୟକ୍ରମମାନ ଯାହାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ କଲ୍ୟାଣ ନିମନ୍ତେ ସାରା ଜୀବନ ସେବା କରିବା ପାଇଁ ବ୍ୟକ୍ତିମାନଙ୍କ ମଧ୍ୟରେ ଥିବା ଆଧ୍ୟାତ୍ମିକ ତଥା ବୌଦ୍ଧିକ କ୍ଷମତାର ବିକାଶ ।

ଶିଶୁମାନେ
ଶିଶୁମାନଙ୍କ ଆଧ୍ୟାତ୍ମିକ ଶିକ୍ଷା ନିମନ୍ତେ ସେମାନଙ୍କର ଆଧ୍ୟାତ୍ମିକ ଗୁଣାବଳୀ ଓ ବିଶ୍ୱାସ ଗୁଡିକ, ଅଭ୍ୟାସ ତଥା ଆଚରଣର ଢାଞ୍ଚା ଗୁଡିକର ବିକାଶ ଯାହା ଏକ ବ୍ୟକ୍ତିକୁ ଆଧ୍ୟାତ୍ମିକ ରୁପରେ ସମୃଦ୍ଧ କରିଥାଏ -ଧ୍ୟାନରେ ରଖି ଶ୍ରେଣୀମାନ ଆୟୋଜନ କରାଯାଏ ।

କିଶୋର / କିଶୋରୀଗଣ
ଦେଶସାରା କିଶୋର / କିଶୋରୀମାନେ ବିଭିନ୍ନ ଦଳଗୁଡିକରେ ରହି ଏକ ଏପରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଅଛନ୍ତି ଯାହା ସେମାନଙ୍କ ଜୀବନର ନିଷ୍ପତ୍ତି ନିମନ୍ତେ ସେମାନଙ୍କର ଆଧ୍ୟାତ୍ମିକ ଦୃଷ୍ଟିକୋଣ ଓ ନୈତିକ ଆଧାରର ବିକାଶ କରିଥାଏ । ସେମାନେ ନିଜର ଅଭିବ୍ୟକ୍ତ କରିବାର କ୍ଷମତାର ବିକାଶ କରନ୍ତି ଏବଂ ନିଜ ପାଖରେ ରହିଥିବା ଅସୀମ ଶକ୍ତି ଗୁଡିକୁ ନିଜ ବସତିର ସେବାରେ ଉପଯୋଗ କରନ୍ତି ।

ଯୁବା ଏବଂ ବୟସ୍କ
ଏକ ବିକେନ୍ଦ୍ରିତ ଶୈକ୍ଷଣିକ ପ୍ରକ୍ରିୟା ମାଧ୍ୟମରେ ସାରା ଦେଶରେ ଗ୍ରାମୀଣ କ୍ଷେତ୍ର ଓ ସହରଗୁଡିକର ପଡୋଶୀ କ୍ଷେତ୍ରମାନଙ୍କ ଯୁବା ଓ ବୟସ୍କମାନେ ନିଜ ବସତିର ସେବା ନିମନ୍ତେ ବୌଦ୍ଧିକ, ନୈତିକ, ଆଧ୍ୟାତ୍ମିକ ଓ ବ୍ୟବହାରିକ କ୍ଷମତା ଗୁଡିକର ବିକାଶ କରୁଅଛନ୍ତି ।