“ଈଶ୍ୱରଙ୍କ ଧର୍ମ ଓ ବିଶ୍ୱାସର ଉଦ୍ଦୀପନାର ମୌଳିକ ଉଦ୍ଦେଶ୍ୟ ହେଉଛି ମନୁଷ୍ୟ ଜାତିର ହିତକୁ ସୁରକ୍ଷା ପ୍ରଦାନ କରିବା ତଥା ଏହାର ଏକତାକୁ ଉନ୍ନୀତ କରାଇବା, ଏବଂ ମନୁଷ୍ୟ ମାନଙ୍କ ଗହଣରେ ପ୍ରେମ ଓ ମିତ୍ରତାର ଚେତନାକୁ ପୋଷିତ କରିବା ।”


ବାହ’ଓଲ୍ଲହ୍‌
 
 
 
 

ସମଗ୍ର ବିଶ୍ୱରେ, ନଗର, ଗ୍ରାମ ଏବଂ ସହର ଗୁଡିକରେ, ଲକ୍ଷ ଲକ୍ଷ ବାହ’ଈମାନେ ଆଧ୍ୟାତ୍ମିକ ଓ ଭୌତିକ ଭାବରେ ସମୃଦ୍ଧ ବସତି ନିର୍ମାଣ ନିମନ୍ତେ ପ୍ରୟାସରତ ଅଛନ୍ତି । ସେହି ଲୋକ ମାନଙ୍କ ସହିତ ହାତ ମିଳାଇ, ଯେଉଁମାନେ ଏକ ନୂତନ ବିଶ୍ୱର ନିର୍ମାଣ ନିମନ୍ତେ ବ୍ୟାକୁଳ ଅଟନ୍ତି, ସେମାନେ ଉପାସନା ଓ ସେବାମୂଳକ ଗତିବିଧି ତଥା କାର୍ଯ୍ୟକ୍ରମ ଗୁଡିକ ଦ୍ୱାରା ଏକ ନୂତନ ସଭ୍ୟତାର ମୁଳଦୁଆ ନିମନ୍ତେ କଠିନ ପରିଶ୍ରମ କରୁଅଛନ୍ତି । ବାହ’ଈ ଧର୍ମ ଯାହା ଦୁନିଆର ସବୁଠାରୁ ତରୁଣ ଧର୍ମ ଅଟେ, ତାହାର ଅନୁଗାମୀ ମାନଙ୍କ ନିମନ୍ତେ, ଏହି ପ୍ରୟାସ ଗୁଡିକ ଏକ ବିଶାଳ ବିଶ୍ୱ ବ୍ୟାପୀ ଉଦ୍ୟୋଗର ଏକ ଅଂଶ ମାତ୍ର ଯାହାର ଉଦ୍ଦେଶ୍ୟ ମାନବଜାତିର ଉଭୟ ଆଧ୍ୟାତ୍ମିକ ତଥା ଭୌତିକ ଏକୀକରଣ ଅଟେ ।

ଭାରତରେ, ବାହ’ଈମାନେ ପ୍ରତ୍ୟେକ ସମ୍ଭବ ପୃଷ୍ଠଭୂମି ସହିତ ସଂପୃକ୍ତ ଅଟନ୍ତି - ଆଣ୍ଡାମାନ୍‌ର ଜଙ୍ଗଲ ଗୁଡିକ ଠାରୁ ଲୋକାରଣ୍ୟ ମୁମ୍ବାଇ ପର୍ଯ୍ୟନ୍ତ, ତାମିଲ୍‌ନାଡୁର ଉପକୂଳ ସୀମା ଠାରୁ ପର୍ବତ ଘେରା ସିକିମ୍ ପର୍ଯ୍ୟନ୍ତ । ସାମୁହିକ ଉପାସନା, ଶିଶୁ, ଯୁବା ଓ ବୟସ୍କ ମାନଙ୍କ ନିମନ୍ତେ ଆଧ୍ୟାତ୍ମିକ ଶିକ୍ଷା ଶ୍ରେଣୀ ଗୁଡିକ ନିମନ୍ତେ ନିଜର ଦ୍ୱାର ଗୁଡିକୁ ଉନ୍ମୁକ୍ତ କରାଇ, ସେମାନେ ନିଜର ସ୍ଥାନୀୟ ଅଧିବାସୀ ମାନଙ୍କ ସହିତ ବିଭିନ୍ନ ଉପାୟରେ ଏକ ଏପରି ସାମୁଦାୟିକ ଜୀବନ ଯାହା ଏକତା, ନ୍ୟାୟ ଓ ସମସ୍ତଙ୍କ କଲ୍ୟାଣ ପ୍ରତି ସମପର୍ଣର ଭାବନା ଦ୍ୱାରା ଚିତ୍ରିତ ଅଟେ, ତାହାର ଢାଞ୍ଚା ବୁଣିବାର ପ୍ରୟାସରେ ସହଯୋଗ କରୁଅଛନ୍ତି ।

ଯେହେତୁ ଏକ ବିଶାଳ, ପୁରାତନ ଏବଂ ବିବିଧ ରାଷ୍ଟ୍ରଯୁକ୍ତ ଭାରତ ନିଜର ଗତି ପଥକୁ ମହାନ୍ ଭାବରେ ଏକ-ବିଂଶ ଶତାବ୍ଦୀ ଆଡକୁ ନିର୍ଦ୍ଦେଶିତ କରୁଅଛି, ତାହା ସମ୍ମୁଖରେ ନୂତନ ଦିଗ ଗୁଡିକ ଖୋଲିବାରେ ଲାଗିଅଛି । ଏକ ଜଟିଳ ତଥା ବହୁଳ ଭାବରେ ପାରସ୍ପରିକ ସମ୍ପର୍କରେ ଥିବା ଦୁନିଆର ବିକାଶ କରିବା ନିମନ୍ତେ ଯେଉଁ ଅବସର ତଥା ଆହ୍ୱାନ ଗୁଡିକ ଏହାର ଭବିଷ୍ୟତରେ ଆସୁଅଛି, ତାହା ବ୍ୟକ୍ତି, ଅନୁଷ୍ଠାନ ତଥା ସମାଜ ଗୁଡିକର ନୂତନ ସ୍ତରର ଆଧ୍ୟାତ୍ମିକ ପରିପକ୍ୱତା ତଥା ବୌଦ୍ଧିକ କ୍ଷମତାର ଦାବି କରୁଅଛି ।

ଭାରତୀୟ ବାହ’ଈ ବସତି କ୍ଷମତା ନିର୍ମାଣ ତଥା ଅନୁଭବ ହାସଲ କରିବା ପ୍ରକ୍ରିୟା ପ୍ରତି ଗଭୀର ଭାବରେ ପ୍ରତିଶୃତିବଦ୍ଧ ଅଟେ । ଏପରି ପ୍ରକ୍ରିୟା ଯାହା ଦେଶର ଜନସାଧାରଣ ମାନଙ୍କୁ ଆଧ୍ୟାତ୍ମିକ ଅନ୍ତର୍ଦୃଷ୍ଟି ଓ ବୈଜ୍ଞାନିକ ଦୃଷ୍ଟିକୋଣରେ ସୁସଜ୍ଜିତ କରାଇବ ଯାହା ଏକ ନ୍ୟାୟ ଓ ଏକତାପୂର୍ଣ୍ଣ ଜଗତର ନିର୍ମାଣ ନିମନ୍ତେ ଆବଶ୍ୟକ ।

Home -od

ନବୀକୃତ ଧର୍ମ

ଇତିହାସର ପ୍ରାରମ୍ଭରୁ, ଦିବ୍ୟ ଅବତାରମାନଙ୍କ ଶୃଙ୍ଖଳା ମାଧ୍ୟମରେ ଭଗବାନ ସ୍ୱୟଂକୁ ପ୍ରକଟ କରିଛନ୍ତି। ବାହ’ଓଲ୍ଲହ ସେମାନଙ୍କ ମଧ୍ୟରୁ ସେହି ନବୀନତମ ଅବତାର ଅଟନ୍ତି ଯେ ଆମ୍ଭମାନଙ୍କ ଆଧୁନିକ ଯୁଗ ପାଇଁ ଆଧ୍ୟାତ୍ମିକ ଏବଂ ସାମାଜିକ ଶିକ୍ଷାବଳୀଗୁଡିକୁ ଆଣିଅଛନ୍ତି ।


ଅଧିକ ପଢ...
Home -od

ସମାଜ ନିର୍ମାଣ

ସମଗ୍ର ଭାରତରେ, ସମସ୍ତ ପୃଷ୍ଠଭୂମିର ବ୍ୟକ୍ତିଗଣ ତଥା ବିବିଦ୍ଧ ଢାଞ୍ଚାରେ ଏପରି ସମୁଦାୟଗୁଡିକର ମୁଳଦୂଆ ସ୍ଥାପନା କରୁଅଛନ୍ତି ଯାହା ଆଧ୍ୟାତ୍ମିକ ଏବଂ ଭୈାତିକ ଭାବରେ ସମୃଦ୍ଧ ଅଟେ । ଜନକଲ୍ୟାଣ ନିମନ୍ତେ ସେମାନେ ଏପରି କାର୍ଯ୍ୟକଳାପଗୁଡିକ ମାଧ୍ୟମରେ ପ୍ରୟାସ କରନ୍ତି ଯାହା ଉପାସନା ଏବଂ ସେବାର ଅକ୍ଷ ଚତୁଃପାଶ୍ୱର୍ରେ ଘୁରିବୁଲେ ।


ଅଧିକ ପଢ...
Home -od

ଉପାସନା ଗୃହ

ବାହ’ଇ ଉପାସନା ଗୃହ ସାମୁଦାୟିକ ଜୀବନର ଦୁଇଟି ଆନ୍ତଃସମ୍ବନ୍ଧିତ ତତ୍ତ୍ୱ – ଉପାସନା ଓ ସେବାକୁ ସମ୍ମିଳିତ କରିଥାଏ । ଉପାସନା ଗୃହ ଧାର୍ମିକ ଏକତା ତଥା ଏହି ବିଚାରର ପ୍ରତୀକ ଅଟେ ଯେ ଈଶ୍ୱରଙ୍କ ଅବତାର ତଥା ବାର୍ତ୍ତାବହଗଣଙ୍କ ଶିକ୍ଷାବଳୀଗୁଡିକ ବିଶେଷତଃ ସେହି ଏକ ବାସ୍ତବିକତାର ସମସ୍ତ ଦ୍ୱାର ଅଟନ୍ତି ।


ଅଧିକ ପଢ...