“ସଭ୍ୟତା ଉନ୍ମୁକ୍ତ ହୋଇଅଛି । ରାଷ୍ଟ୍ରଗୁଡିକର ବିକାଶ ହୋଇଅଛି.... ବିଜ୍ଞାନ, ଉଦ୍ଭାବନ, ଆବିଷ୍କାର ଗୁଡିକର ବୃଦ୍ଧି ହୋଇଅଛି । ଏହା ଦର୍ଶାଉଅଛି ଅସ୍ତିତ୍ୱର ଜଗତ ନିରନ୍ତର ଭାବରେ ପ୍ରଗତି କରୁଅଛି ତଥା ବିକଶିତ ହେଉଅଛି; ଏବଂ ସେଥିପାଇଁ ନିଃସନ୍ଦେହ ଭାବରେ ମନୁଷ୍ୟର ପରିପକ୍ୱତାକୁ ଚିତ୍ରିତ କରୁଥିବା ସଦଗୁଣଗୁଡିକ ମଧ୍ୟ ଠିକ୍ ସେହିପରି ବିସ୍ତୃତ ତଥା ବର୍ଦ୍ଧିତ ହେବା ଆବଶ୍ୟକ । ”



ଆବଦୋଲ-ବାହ

ଅଧୁନା ମାନବଜାତି ଏକ ଏପରି ଅବସ୍ଥାନ୍ତର ଯୁଗରେ ବାସ କରୁଅଛି ଯେଉଁଠି ଏହା ଶୈଶବାବସ୍ଥାର ଅପରିପକ୍ୱତାକୁ ପଛରେ ଛାଡି ପରିପକ୍ୱତାର ଦ୍ୱାରବନ୍ଧ ଆଡକୁ ମୁହାଁଉଅଛି । ଦୁନିଆର ଅନ୍ୟ ଦେଶମାନଙ୍କ ଭଳି ଏହି ସମୟରେ ଭାରତୀୟ ସମାଜ ଆକସ୍ମିକ ପରିବର୍ତ୍ତନ ଗୁଡିକ ହୋଇ ଗତି କରୁଅଛି ଯେଉଁଠି ପୁରାତନ ସମୟର ବ୍ୟବସ୍ଥା, ଢାଞ୍ଚା ଓ ପରମ୍ପରା ଗୁଡିକ ଆଉ କୌଣସି ରୂପରେ ସମସାମୟିକ ଜଗତର ଜଟିଳ ବାସ୍ତବିକତାକୁ ସମ୍ବୋଧିତ କରିପାରିବ ନାହିଁ । ଯେଉଁ ଚିତ୍କାର ସର୍ବତ୍ର ବିଦ୍ୟମାନ ତାହା ହେଉଛି ଏହି ଅବସ୍ଥାନ୍ତର ପ୍ରକ୍ରିୟାକୁ ମାର୍ଗଦର୍ଶିତ କରିବା ପାଇଁ ଏକ ନୈତିକ ପୁନରୁତ୍ଥାନ ତଥା ଦିଶା ନିର୍ଦ୍ଦେଶର ଆବଶ୍ୟକତା ।

ଐତିହାସିକତଃ, ଧର୍ମ ହିଁ ମନୁଷ୍ୟର ସ୍ୱଭାବକୁ ସଭ୍ୟ କରିବାରେ ମୁଖ୍ୟ ବଳଭାବରେ କାର୍ଯ୍ୟ କରିଅଛି ଏବଂ ନୈତିକତା ଓ ଆଇନ୍ କ୍ଷେତ୍ରରେ ଏହାର ଅବଦାନ ସାମାଜିକ ଗଠନକୁ ସଂରକ୍ଷିତ କରି ରଖିଅଛି । ଶ୍ରୀକୃଷ୍ଣ, ଗୌତମ ବୁଦ୍ଧ, ଜୋରଷ୍ଟର, ମୋଜେସ୍‌, ଯୀଶୁଖ୍ରୀଷ୍ଟ ଓ ମହମ୍ମଦଙ୍କ ଭଳି ଦିବ୍ୟ ଅବତାରଗଣ ପ୍ରତ୍ୟେକ ଯୁଗରେ ଏହାର ଆବଶ୍ୟକତା ଅନୁଯାୟୀ ଆଧ୍ୟାତ୍ମିକ ତଥା ନୈତିକ ଶିକ୍ଷାବଳୀ ମାଧ୍ୟମରେ ସଭ୍ୟତାର ଅଗ୍ରଗତି କରାଇଛନ୍ତି ।

ଦିବ୍ୟ ପ୍ରକଟିକରଣର ଏହି ଅନନ୍ତ ପ୍ରକ୍ରିୟାରେ ବାହ’ଈ ଧର୍ମ ଏକ ନବୀନତମ ଅଧ୍ୟାୟ ଅଟେ । ବାହ’ଈ ଧର୍ମର ପ୍ରତିଷ୍ଠାତା ଅବତାର ବାହ’ଓଲ୍ଲହ, ଏହା ପ୍ରକଟିତ କରିଛନ୍ତି ଯେ ମାନବଜାତି ବର୍ତ୍ତମାନ ନିଜର ସାମୁହିକ ବିବର୍ତ୍ତନର ଏକ ଏପରି ମୋଡରେ ଅଛି ଯେଉଁଠି ମାନବଜାତିର ଏକତାକୁ ହାସଲ କରିବାର ଆବଶ୍ୟକୀୟ ଶକ୍ତି ଓ କ୍ଷମତାଗୁଡିକ ଏହା ପାଖରେ ରହିଅଛି । ଏହି ଏକତା, ଯାହା ମାନବଜାତିର ଆଗାମୀ ଯୁଗ ନିମନ୍ତେ ଏକ ବିଶିଷ୍ଟ ସୁଚକ ସାଜିବ, ତାହା ବ୍ୟକ୍ତିମାନଙ୍କ ଜୀବନ, ବସତି ଏବଂ ସାମାଜିକ ଢାଞ୍ଚା ଗୁଡିକର ସମଗ୍ର ପୁନଃ-ବ୍ୟବସ୍ଥାକୁ ସାମିଲ୍ କରିବ ।

ଯେହେତୁ ଆମ୍ଭେମାନେ ମାନବଜାତିର ଏକତାର ଲକ୍ଷ୍ୟ ପଥରେ ଅଗ୍ରଗତି କରୁଅଛୁ, ତେବେ ଏହି ଅବସ୍ଥାନ୍ତର ଯୁଗରେ ଲୋକମାନଙ୍କ ଆନ୍ତରିକ ଜୀବନକୁ ତଥା ସମାଜର ଢାଞ୍ଚା ଗୁଡିକର ଜୈବିକ ରୁପାନ୍ତରୀକରଣକୁ ପ୍ରୋତ୍ସାହିତ କରିବା, ପୋଷିତ ତଥା ମାର୍ଗଦର୍ଶନ କରିବା ହେଉଛି ବାହ’ଈ ଧର୍ମର ଉଦ୍ଦେଶ୍ୟ ।

Scroll Up