“ସ୍ୱର୍ଗ ଓ ପୃଥିବୀ ମଧ୍ୟରେ ଥିବା ସମସ୍ତ ଜିନିଷକୁ ମୁଁ ତୁମ୍ଭ ନିମନ୍ତେ ନିର୍ଦ୍ଧାରିତ କରିଅଛି, କେବଳ ମନୁଷ୍ୟର ହୃଦୟ ବ୍ୟତୀତ, ଯାହାକୁ ମୁଁ ମୋ ସୌନ୍ଦର୍ଯ୍ୟ ତଥା ଗୌରବର ବାସସ୍ଥଳ ରୁପେ ନିର୍ମାଣ କରିଅଛି.....”



ବାହ’ଓଲ୍ଲହ

ସମୟ ଅତିବାହିତ ହେବା ସହିତ, ଅଧିକରୁ ଅଧିକ ଲୋକମାନେ ବାହ’ଓଲ୍ଲହଙ୍କ ଶିକ୍ଷାବଳୀ ଗୁଡିକ ମଧ୍ୟରେ ଏକ ଉନ୍ନତ ଦୁନିଆ ପାଇଁ ବାଧ୍ୟକାରୀ ଦୁରଦୃଷ୍ଟିର ଆବିଷ୍କାର କରୁଅଛନ୍ତି ଏବଂ ସେହି ଗଭୀର ଅନ୍ତର୍ଦୃଷ୍ଟି ସମ୍ପୂର୍ଣ୍ଣ ସିଦ୍ଧାନ୍ତ ଗୁଡିକର ଉତ୍ସ ଗୁଡିକୁ ମଧ୍ୟ ଯାହା ନିଶ୍ଚିତ ରୁପରେ ପ୍ରୟାସ ଗୁଡିକୁ ଏହାର ଉପଲବ୍ଧି ଆଡକୁ ମାର୍ଗ ପ୍ରଦର୍ଶନ କରିବ । ଅନେକ ବ୍ୟକ୍ତି ବାହ’ଈ ବିଶ୍ୱାସକୁ ଏକ ଧର୍ମଭାବରେ ତର୍ଜମା କରିବା ନିମନ୍ତେ ଏବଂ ସେଥିରେ ଆଗକୁ ବଢିବାର ନିଷ୍ପତ୍ତି ନିଅନ୍ତି । ଏପରି କରିବା ଦ୍ୱାରା, ସେମାନେ ମନୁଷ୍ୟର ପ୍ରକୃତି ସମ୍ବନ୍ଧିତ ବିଷୟ ଗୁଡିକର ବ୍ୟାଖ୍ୟା, ଈଶ୍ୱରଙ୍କର ମାନବଜାତିପ୍ରତି ମାର୍ଗ ପ୍ରଦର୍ଶନର ବର୍ଣ୍ଣନା, ଅବସ୍ଥିତିର ଏହି ଜଗତରେ ଜୀବନର ଉଦ୍ଦେଶ୍ୟ ଓ ମୃତ୍ୟୁ ପରେ ଜୀବନର ପ୍ରକୃତି ଉପରେ ଟିପ୍ପଣୀ, ଏବଂ ବ୍ୟକ୍ତିଗତ ଓ ସାମୁହିକ ଭକ୍ତିମୟ ଜୀବନ ସହ ସମ୍ବନ୍ଧିତ ଶିକ୍ଷାଗୁଡିକ ବିଷୟରେ ଅନୁସନ୍ଧାନ କରନ୍ତି । ଏବଂ, ଅବଶ୍ୟ, ସେମାନେ ମଧ୍ୟ ପବିତ୍ର ଗ୍ରନ୍ଥ ଓ ବିଧାନ ଗୁଡିକ ସହିତ, ଏବଂ ଏହାର ପ୍ରଶାସନକୁ ପରିଚାଳିତ କରୁଥିବା ସିଦ୍ଧାନ୍ତ ଓ ନିୟମ ଗୁଡିକ ସହିତ ସ୍ୱୟଂକୁ ପରିଚିତ କରାନ୍ତି । ଏଗୁଡିକୁ ଏବଂ ଏହି ପ୍ରକାରର ତତ୍ତ୍ୱ ଗୁଡିକର ସ୍ୱୀକୃତି ସେମାନଙ୍କ ନିମନ୍ତେ ଏକ ଏପରି ସାମୁଦାୟିକ ଜୀବନର ଅଂଶ ହେବାର ରାସ୍ତା ପ୍ରସ୍ତୁତ କରିଦିଏ ଯାହା ବାହ’ଓଲ୍ଲହଙ୍କ ଶିକ୍ଷାବଳୀ ଗୁଡିକୁ ବାସ୍ତବତାରେ ପରିଣତ କରାଇବା ନିମନ୍ତେ ସମର୍ପିତ ଅଟେ । ଏହା ସ୍ୱାଭାବିକ ଅଟେ ଯେ ବାହ’ଈ ମାନେ ନିଜର ଧାର୍ମିକ ଆସ୍ଥାକୁ ଅନ୍ୟମାନଙ୍କ ସହିତ ସହଭାଗୀ କରିବାର ଇଚ୍ଛା ରଖନ୍ତି । ଯେ କେହି ନିଜ ହୃଦୟ ଭିତରେ ଧର୍ମର ଏକ ଝଲକ ଅନୁଭବ କରନ୍ତି, ତାଙ୍କର ସ୍ୱାଗତ ଅଟେ – ଏପରିକି ବାହ’ଈ ସମୁଦାୟ ମଧ୍ୟରେ ନିରନ୍ତର ବିକାଶ ଓ ଜୀବନ୍ତତା ନିମନ୍ତେ ଯୋଗଦାନ କରୁଥିବା ସକ୍ରିୟ ସଦସ୍ୟ ଭାବରେ ସେ ଆମନ୍ତ୍ରିତ ଅଟନ୍ତି । ଯାହା ହେଉ, “ବଦଳି” ଭଳି ଶବ୍ଦ ଗୁଡିକର ସାମାନ୍ୟ ଅବଧାରଣା ଗୁଡିକ ଏହି ପ୍ରକ୍ରିୟା ଉପରେ ଲାଗୁ ହୁଏ ନାହିଁ ଏବଂ ବାହ’ଈ ଧର୍ମରେ ସ୍ୱ-ଧର୍ମ ତ୍ୟାଗ କରିବା ନିଷେଧ ଅଟେ ।

ଏହି ଆଲୋକରେ, ଯେତେବେଳେ ଜଣେ ବାହ’ଈ ନିଜର ବିଶ୍ୱାସକୁ ଅନ୍ୟ ଜଣକ ସହିତ ସହଭାଗୀ କରନ୍ତି, ତେବେ ଏହି କାର୍ଯ୍ୟ କାହାକୁ ସହମତ କରାଇବା ଅଥବା ଏକ ବିଶେଷ କଥାକୁ ପ୍ରମାଣିତ କରିବାର ପ୍ରୟାସ ନୁହେଁ । ଏହା ଅବସ୍ଥିତିର ମୌଳିକ ବିଷୟ, ସତ୍ୟକୁ ଖୋଜିବା ଏବଂ ଭୁଲ୍ ଧାରଣା ଗୁଡିକୁ ଦୁର କରିବା ଭଳି ଅର୍ଥପୁର୍ଣ୍ଣ ବାର୍ତ୍ତାଳାପରେ ସାମିଲ୍ ହେବାର ବାସ୍ତବ ଅଭିଳାଷର ଏକ ଅଭିବ୍ୟକ୍ତି ଅଟେ । “ଯଦି ତୁମ୍ଭେଏକ ନିର୍ଦ୍ଦିଷ୍ଟ ସତ୍ୟ ବିଷୟରେ ଅବଗତ ହୁଅ ”, ବାହ’ଓଲ୍ଲହ ପ୍ରକାଶ କରିଅଛନ୍ତି ଯେ, “ଯଦି ତୁମ୍ଭେ ଏକ ରତ୍ନକୁ ଧାରଣ କର, ଯାହାଠାରୁ ଅନ୍ୟମାନେ ବଞ୍ଚିତ ଅଟନ୍ତି, ତାହାକୁ ଅତ୍ୟନ୍ତ ଦୟାଳୁତା ଓ ସଦିଚ୍ଛାର ସହିତ ସେମାନଙ୍କ ସହିତ ସହଭାଗୀ କର । ଯଦି ଏହା ସ୍ୱୀକାର ହୁଏ, ଯଦି ଏହା ନିଜର ଉଦ୍ଦେଶ୍ୟ ପୂରଣ କରେ, ତୁମ୍ଭର ଲକ୍ଷ ସାଧିତ ହୋଇଅଛି ଯଦି କେହି ତାହାର ପ୍ରତ୍ୟାଖ୍ୟାନ କରନ୍ତି, ତାଙ୍କୁ ତାଙ୍କ ଉପରେ ଛାଡିଦିଅ, ଏବଂ ତାଙ୍କର ମାର୍ଗଦର୍ଶନ ନିମନ୍ତେ ଈଶ୍ୱରଙ୍କୁ ଅନୁନୟ କର ।”

ହା ହେଉ, କେବଳ ବିଶ୍ୱାସର ଅଭିବ୍ୟକ୍ତି, ଏକ ଉନ୍ନତ ଦୁନିଆର ନିର୍ମାଣ ନିମନ୍ତେ ଯଥେଷ୍ଟ ନୁହେଁ - ଧ୍ୟାନପୁର୍ଣ୍ଣ କାର୍ଯ୍ୟର ମଧ୍ୟ ଆବଶ୍ୟକତା ରହିଅଛି । ବାହ’ଓଲ୍ଲହ ଲେଖନ୍ତି : “ଏହା ପ୍ରତ୍ୟେକ ଅନ୍ତର୍ଦୃଷ୍ଟି ସମ୍ପନ୍ନ ତଥା ବୋଧଗମ୍ୟ ମନୁଷ୍ୟ ଉପରେ ନ୍ୟସ୍ତ କରାଯାଇଅଛି ଯେ ସେ ସେହିସବୁକୁ ବାସ୍ତବିକତା ଓ କାର୍ଯ୍ୟ ରେ ରୁପାନ୍ତରିତ କରିବାର ପ୍ରୟାସ କରୁ ଯାହା ଲିଖିତ ଅଛି ।”

Scroll Up