“ଏହା ପ୍ରତ୍ୟେକ ଅନ୍ତର୍ଦୃଷ୍ଟି ସମ୍ପୂର୍ଣ୍ଣ ତଥା ବୋଧଗମ୍ୟତାର ମନୁଷ୍ୟ ଉପରେ ନ୍ୟସ୍ତ କରାଯାଇଅଛି ଯେ ସେ ସେହି ସବୁକୁ ରୁପାନ୍ତରିତ କରିବାର ପ୍ରୟାସ କରୁ ଯାହା ବାସ୍ତବିକତା ଓ କାର୍ଯ୍ୟ ମଧ୍ୟରେ ଲିଖିତ ଅଛି... । ଆଜିର ଯୁଗରେ ସେ ହିଁ ବାସ୍ତବିକ୍ ମନୁଷ୍ୟ ଅଟେ, ଯେ ସମଗ୍ର ମାନବ ଜାତିର ସେବା ନିମନ୍ତେ ସ୍ୱୟଂକୁ ସମର୍ପିତ କରିଦିଏ । ”



ବାହ’ଓଲ୍ଲହ

ଏକ ପ୍ରଦତ୍ତ ପଡୋଶୀ କ୍ଷେତ୍ର ଅଥବା ଗ୍ରାମୀଣ କ୍ଷେତ୍ରରେ ବସତି ନିର୍ମାଣର ପ୍ରକ୍ରିୟା ଯେଉଁଭଳି ଭାବରେ ସଘନ ହେବାକୁ ଲାଗେ, ସେଥିରେ ସାମିଲ୍ ଥିବା ବନ୍ଧୁମାନେ ସେହି ସ୍ଥାନର ଲୋକମାନଙ୍କ ସହିତ ସମ୍ବନ୍ଧିତ ସାମାଜିକ ଓ ଭୌତିକ ସମସ୍ୟା ଆଡକୁ ଅଭିମୁଖୀ ହୁଅନ୍ତି । ସେମାନେ ବାହ’ଈ ଧର୍ମର ଆଧ୍ୟାତ୍ମିକ ଶିକ୍ଷା ଗୁଡିକ ଭିତରେ କେତେକ ନିର୍ଦ୍ଧିଷ୍ଟ ଅନ୍ତର୍ଦୁଷ୍ଟି ଓ ସିଦ୍ଧାନ୍ତ ଗୁଡିକୁ ପ୍ରାପ୍ତ କରନ୍ତି ଯାହାକୁ ସେମାନେ ସେହି ସମସ୍ୟା ଗୁଡିକର ସମାଧାନ ନିମନ୍ତେ ପ୍ରୟୋଗ କରିବା ଆରମ୍ଭ କରିଦିଅନ୍ତି; ଯଥା ନାରୀ ପୁରୁଷର ସମାନତାକୁ ପ୍ରୋତ୍ସାହିତ କରିବା, ପରିବେଶ, ସ୍ୱାସ୍ଥ୍ୟ, କୃଷି ଏବଂ ଶିକ୍ଷା । ଏହି ମୁଦ୍ଦା ଗୁଡିକ ବିଷୟରେ ଥରେ ମାତ୍ର ସଜାଗତା ଉତ୍ପନ୍ନ ହେବା ପରେ, ପାଠ୍ୟ ଚକ୍ର, କିଶୋର ଦଳ ଓ ସାମୁହିକ ଉପାସନାରେ ଅଂଶଗ୍ରହଣ ଦ୍ୱାରା ସୃଷ୍ଟ ସମଉଦ୍ଦେଶ୍ୟ ବିଶିଷ୍ଟ ବନ୍ଧୁମାନଙ୍କର ଦଳ ଗୁଡିକ ନିଜର ବସତିର ବିକାଶ ନିମନ୍ତେ ପ୍ରୟାସ କରିବା ଆରମ୍ଭ କରିଦିଅନ୍ତି । ଅନୌପଚାରିକ ପ୍ରୟାସ ଗୁଡିକ ଓ ସେବା ପ୍ରକଳ୍ପ ଗୁଡିକ ବେଳେବେଳେ ଅଧିକ ସ୍ଥାୟୀ ପ୍ରୟାସରେ ପରିଣତ ହୋଇଯାଏ, ଯଥା ଟ୍ୟୁଟୋରିଆଲ୍ ଶ୍ରେଣୀ ଗୁଡିକ ଅଥବା ଏପରିକି ସାମୁଦାୟିକ ବିଦ୍ୟାଳୟ ଗୁଡିକ । ପରବର୍ତ୍ତୀ ସମୟରେ ସେଗୁଡିକ ମଧ୍ୟରୁ କେତେକ ଆହୁରି ଅଧିକ ଔପଚାରିକ ହୋଇଯାଇଛନ୍ତି ଯେହେତୁ ସେଗୁଡିକ ଜଟିଳ ବିକାଶ ସଂଗଠନ ଓ ବୃହତ ଶୈକ୍ଷଣିକ ବିଦ୍ୟାଳୟ ଗୁଡିକରେ ପରିଣତ ହୋଇଯାଆନ୍ତି ।

ଯଦିଓ ପ୍ରଚେଷ୍ଟା କ୍ଷେତ୍ରରେ ତଥା ଜଟିଳତାର ସ୍ତରରେ ଭିନ୍ନତା ଦେଖା ଦିଏ, ପରନ୍ତୁ ସାମାଜିକ କାର୍ଯ୍ୟର ଏପରି ପ୍ରଚେଷ୍ଟା ଗୁଡିକ ଭିତରେ ଯାହା ସମାନ ଥାଏ ତାହା ହେଉଅଛି ମାନବ ଜାତିକୁ ଆଧ୍ୟାତ୍ମିକ ଓ ଭୌତିକ ଭାବରେ ପ୍ରଗତି କରିବାରେ ସହାୟତା କରିବାର ଦୁରଦୃଷ୍ଟି, ମାନବଜାତିର ଏକତାରେ ଏକ ବିଶ୍ୱାସ ଓ ନ୍ୟାୟର ସିଦ୍ଧାନ୍ତ, ନିଜର ବସତି ଗୁଡିକର ଉନ୍ନତି ନିମନ୍ତେ ଜ୍ଞାନର ସୃଜନ କରିବା ତଥା ପ୍ରୟୋଗ କରିବା ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ନିମନ୍ତେ ସମସ୍ତ ଜନସାଧାରଣଙ୍କ କ୍ଷମତା ବିକାଶ କରିବା ଉପରେ ଧ୍ୟାନ ଦେବା, ଏବଂ ଏକ ଦୃଷ୍ଟିକୋଣ ଯାହା ପରାମର୍ଶ, ଅଧ୍ୟୟନ, କାର୍ଯ୍ୟ ଏବଂ ସମୀକ୍ଷା ଚକ୍ରଗୁଡିକ ସହାୟତାରେ କାର୍ଯ୍ୟ ମାଧ୍ୟମରେ ଶିଖିବା ପଦ୍ଧତି ଦ୍ୱାରା ବିଶିଷ୍ଟ ଅଟେ ।

Scroll Up