“ମୁଁ ହେଉଛି ସେହି ଆଦ୍ୟ ବିନ୍ଦୁ ଯେଉଁଥିରୁ ସମସ୍ତ ସୃଜିତ ବସ୍ତୁର ରଚନା ହୋଇଅଛି । ମୁଁ ହେଉଅଛି ଈଶ୍ୱରଙ୍କ ଚେହେରା ଯାହାର ମହିମା କଦାପି ଧୂମିଳ ହୋଇପାରିବ ନାହିଁ, ଈଶ୍ୱରଙ୍କ ପ୍ରକାଶ ଯାହାର ଦିପ୍ତୀ କଦାପି ନିର୍ବାପିତ ହୋଇପାରିବ ନାହିଁ ।”



ମହାତ୍ମା ବାବ୍

ଉନବିଂଶ ଶତାବ୍ଦୀ- ବିଶ୍ୱ ଇତିହାସର ଏକ ସର୍ବାଧିକ ଅଶାନ୍ତ ଅବଧି-ର ମଧ୍ୟଭାଗରେ ଜଣେ ଯୁବ ବ୍ୟବସାୟୀ ଉଦ୍‌ଘୋଷଣା କଲେ ଯେ ସେ ଏକ ଏପରି ବାର୍ତ୍ତାର ଧାରଣକାରୀ ଅଟନ୍ତି ଯାହାର ଉଦ୍ଦେଶ୍ୟ ମାନବ ଜଗତର ରୁପାନ୍ତରୀକରଣ ଅଟେ । ଏକଦା, ଯେତେବେଳେ ତାଙ୍କ ଦେଶ ଇରାନ୍‌ରେ ବ୍ୟାପକ ଭାବରେ ଘୋର ନୈତିକ ଅଧଃପତନ ଘଟିଥିଲା, ସେତେବେଳେ ମହାତ୍ମା ବାବ୍‌ଙ୍କ ବାର୍ତ୍ତା ସମସ୍ତ ବର୍ଗର ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଓ ଆଶା ଜାଗ୍ରତ କରାଇଥିଲା ତଥା ହଜାର ହଜାର ସଂଖ୍ୟାରେ ଅନୁଗାମୀମାନଙ୍କୁ ଆକର୍ଷିତ କରିଥିଲା । ସେ ନିଜର ନାମ “ବାବ୍‌” ରଖିଥିଲେ, ଯାହାର ଅର୍ଥ ଆରବ ଭାଷାରେ “ଦ୍ୱାର” ଅଟେ ।

ଆଧ୍ୟାତ୍ମିକ ଓ ନୈତିକ ସୁଧାର ନିମନ୍ତେ ତାଙ୍କର ଆହ୍ୱାନ ଏବଂ ନାରୀ ତଥା ଦରିଦ୍ର ମାନଙ୍କ ସ୍ଥିତିରେ ସୁଧାର ପ୍ରତି ତାଙ୍କର ଧ୍ୟାନ ସହିତ, ଆଧ୍ୟାତ୍ମିକ ନବୀକରଣ ନିମନ୍ତେ ତାଙ୍କର ଉପଦେଶ କ୍ରାନ୍ତିକାରୀ ଥିଲା । ଠିକ୍ ସେହି ସମୟରେ, ନିଜର ଅନୁଗାମୀମାନଙ୍କୁ ସେମାନଙ୍କ ଜୀବନକୁ ରୁପାନ୍ତରୀତ କରିବା ତଥା ବୀରତାର ମହାନ୍ କାର୍ଯ୍ୟଗୁଡିକୁ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରେରିତ କରାଇ, ସେ ସ୍ୱୟଂ ଏକ ଅଭିନବ, ସ୍ୱାଧୀନ ଧର୍ମର ସ୍ଥାପନା କରିଲେ ।

ବାବ୍‌ ଘୋଷଣା କଲେ ଯେ ମାନବଜାତି ଏକ ନୂତନ ଯୁଗର ଦ୍ୱାରବନ୍ଧ ନିକଟରେ ଉପସ୍ଥିତ ହୋଇଅଛି । ଛଅ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିବାକୁ ଥିବା ତାଙ୍କର ଲକ୍ଷ୍ୟ, ଈଶ୍ୱରଙ୍କ ଏକ ଅବତାର: ବାହ’ଓଲ୍ଲହଙ୍କ ଆଗମନ ନିମନ୍ତେ ମାର୍ଗ ପ୍ରସ୍ତୁତ କରିବାର ଥିଲା, ଯେ ବିଶ୍ୱର ସମସ୍ତ ଧର୍ମ ଦ୍ୱାରା ପ୍ରତିଶୃତି ଶାନ୍ତି ଓ ନ୍ୟାୟପୂର୍ଣ୍ଣ ଯୁଗର ପ୍ରତିଷ୍ଠା କରିବେ ।

Exploring this topic:

The Life of the Báb

The Bábí Movement

The Shrine of the Báb

Quotations

Articles and Resources