“ଈଶ୍ୱରଙ୍କ ନ୍ୟାୟ ମନ୍ଦିରର ସଦସ୍ୟଗଣଙ୍କ ଉପରେ ସମସ୍ତ ଲୋକମାନଙ୍କ କଲ୍ୟାଣର ଦାୟିତ୍ୱ ଅର୍ପଣ କରାଯାଇଅଛି । ସେମାନେ ବାସ୍ତବିକ, ତାଙ୍କ ସେବକ ମାନଙ୍କ ଗହଣରେ ଈଶ୍ୱରଙ୍କ ନ୍ୟାୟ ଅଟନ୍ତି ଏବଂ ଈଶ୍ୱରଙ୍କ ରାଜ୍ୟ ଗୁଡିକରେ କ୍ଷମତାର ଦିବା ବସନ୍ତ ଅଟନ୍ତି ।”



ବାହ’ଓଲ୍ଲହ

ବିଶ୍ୱ ନ୍ୟାୟ ମନ୍ଦିର ବାହ’ଈ ଧର୍ମର ଆନ୍ତଃରାଷ୍ଟ୍ରୀୟ ଶାସକ ପରିଷଦ ଅଟେ । ନିଜ ସଂହିତା ପୁସ୍ତକ କିତାବ୍‌-ଏ-ଆକଦାସରେ ବାହ’ଓଲ୍ଲହ ଏହି ଅନୁଷ୍ଠାନରେ ସଂରଚନା ନିମନ୍ତେ ଆଦେଶ ଦେଇଥିଲେ ।

ବିଶ୍ୱ ନ୍ୟାୟ ମନ୍ଦିର ନଅ ଜଣ ସଦସ୍ୟମାନଙ୍କୁ ନେଇ ଏକ ଅନୁଷ୍ଠାନ, ଯେ ପ୍ରତ୍ୟେକ ପାଞ୍ଚ ବର୍ଷରେ ସମସ୍ତ ବାହ’ଈ ରାଷ୍ଟ୍ରୀୟ ଆଧ୍ୟାତ୍ମିକ ସଭାର ସମ୍ପୂର୍ଣ୍ଣ ସଦସ୍ୟ ମାନଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି । ମାନବଜାତିର କଲ୍ୟାଣ ଉପରେ ସକାରାତ୍ମକ ପ୍ରଭାବ ପକାଇବା ନିମନ୍ତେ, ଶିକ୍ଷାର ସମୁନ୍ନତ ନିମନ୍ତେ, ଶାନ୍ତି ଓ ବିଶ୍ୱ ସମୃଦ୍ଧି ଏବଂ ମାନବ ସମ୍ମାନ ତଥା ଧାର୍ମିକ ଅବସ୍ଥିତିର ସୁରକ୍ଷା ନିମନ୍ତେ ବାହ’ଓଲ୍ଲହ ବିଶ୍ୱ ନ୍ୟାୟ ମନ୍ଦିରଙ୍କୁ ସ୍ୱର୍ଗୀୟ ଅଧିକାର ପ୍ରଦାନ କରିଛନ୍ତି । ବିଶ୍ୱ ନ୍ୟାୟ ମନ୍ଦିରଙ୍କୁ ଏକ ସଦା-ପ୍ରଗତିଶୀଳ ସମାଜର ଆବଶ୍ୟକତା ଅନୁଯାୟୀ ବାହ’ଈ ଶିକ୍ଷାବଳୀକୁ ଲାଗୁ କରିବାର ଦାୟିତ୍ୱ ଅର୍ପଣ କରାଯାଇଅଛି । ଏବଂ ଧର୍ମର ପବିତ୍ର ଗ୍ରନ୍ଥରେ ଯେଉଁ ବିଷୟ ଗୁଡିକୁ ସୁସ୍ପଷ୍ଟ ନାହିଁ ତାହା ଉପରେ ନିୟମ ପ୍ରଣୟନ କରିବା ନିମନ୍ତେ ସେ ସକ୍ଷମ ଅଟନ୍ତି ।

୧୯୬୩ ମସିହାରେ ଏହାର ପ୍ରଥମ ନିର୍ବାଚନ ଠାରୁ, ବିଶ୍ୱ ନ୍ୟାୟ ମନ୍ଦିର ବାହ’ଈ ବିଶ୍ୱ ସମୁଦାୟକୁ ଏକ ସମୃଦ୍ଧଶାଳୀ ବିଶ୍ୱ ସଭ୍ୟତା ନିର୍ମାଣରେ ଯୋଗଦାନ ଦେବା ନିମନ୍ତେ ନିଜ କ୍ଷମତା ଗୁଡିକୁ ବିକାଶ କରିବାରେ ମାର୍ଗଦର୍ଶନ ପ୍ରଦାନ କରିଅଛନ୍ତି । ବିଶ୍ୱ ନ୍ୟାୟ ମନ୍ଦିରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ମାର୍ଗଦର୍ଶନ ବାହ’ଈ ସମୁଦାୟର ବିଚାର ଓ କାର୍ଯ୍ୟ ମଧ୍ୟରେ ଏକତାକୁ ସୁନିଶ୍ଚିତ କରିଥାଏ । କାରଣ ବାହ’ଈ ସମୁଦାୟ ବାହ’ଓଲ୍ଲହଙ୍କ ବିଶ୍ୱ ଶାନ୍ତିର ପରିକଳ୍ପନାକୁ ବାସ୍ତବିକତାରେ ପରିଣତ କରାଇବାର ଶିଖୁଅଛି ।

Exploring this topic:

A Unique Institution

Development of the Bahá’í Community Since 1963

The Seat of the Universal House of Justice

Quotations

Articles and Resources