“ତୁମ୍ଭେ ବାସ କରୁଥିବା ଯୁଗର ଆବଶ୍ୟକତା ଗୁଡିକ ବିଷୟରେ ଉତ୍କଣ୍ଠାର ସହିତ ଚିନ୍ତାକର ଏବଂ ତୁମ୍ଭର ସମସ୍ତ ଚର୍ଚ୍ଚା ଗୁଡିକୁ ଏହାର ଆବଶ୍ୟକତା ଏବଂ ଦରକାର ଉପରେ କେନ୍ଦ୍ରିତ କର । ”



ବାହ’ଓଲ୍ଲହ

ଯେହେତୁ ମାନବଜାତି ଏହାର ଆଗାମୀ ଯୁଗ ଆଡକୁ ଅଗ୍ରସର ହେଉଅଛି, ଅତଃ ସାମାଜିକ ଅବସ୍ଥିତିର ଅନେକ ତତ୍ତ୍ୱଗୁଡିକ ମଧ୍ୟରୁ ଯେଉଁଗୁଡିକୁ ରୁପାନ୍ତରିତ କରିବାର ଆବଶ୍ୟକ ହେବ, ତାହା ହେଉଛି ଆଚରଣ, ବିଚାରମାନ ଏବଂ ମାନବଜାତି ସମ୍ମୁଖୀନ ହେଉଥିବା ମୌଳିକ ବିଷୟ ଗୁଡିକର ଅବଧାରଣାମାନ । ଅତଃ ବିଚାର ଗୁଡିକ ସ୍ତରରେ ପରିବର୍ତ୍ତନର ଏହି ପ୍ରକ୍ରିୟାରେ ଯୋଗଦାନ ଦେବା ହେଉଛି ଚିନ୍ତାଯୋଗ୍ୟ ବିଷୟ ଗୁଡିକ ମଧ୍ୟରୁ ଗୋଟିଏ ମୁଖ୍ୟ ବିଷୟ ଏବଂ ସମଗ୍ର ବାହ’ଈ ଜଗତ ନିମନ୍ତେ ଏକ ଶିକ୍ଷା ଅଟେ । ବାହ’ଈ ବସତି ଗୁଡିକ ମାନବଜାତିର କଲ୍ୟାଣ ସହ ସମ୍ବନ୍ଧିତ ଅନେକ ଗୁଡିଏ କଥୋପକଥନ, ମୁଖ୍ୟତଃ ନାରୀ ଓ ପୁରୁଷର ସମାନତା, ଶାନ୍ତି, ଶାସନ, ବ୍ୟବସ୍ଥା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଏବଂ ବିକାଶରେ ଅଂଶଗ୍ରହଣ କରିବା ନିମନ୍ତେ ଶିଖୁ ଅଛନ୍ତି ।

ଏହି କଥୋପକଥନ ଗୁଡିକରେ ଭାଗ ନେବାର ଉଦ୍ଦେଶ୍ୟ ଏହା ନୁହେଁ ଯେ ଅନ୍ୟମାନଙ୍କୁ ଏହି ଅଥବା ସେହି ବିଷୟଗୁଡିକ ଉପରେ ଏକ ବାହ’ଈ ସ୍ଥିତିକୁ ସ୍ୱୀକାର କରାଇବା ନିମନ୍ତେ ପ୍ରବର୍ତ୍ତାଇବା । ନାଁ କି ପ୍ରୟାସର ଏହି କ୍ଷେତ୍ରରେ ପ୍ରୟାସ ଗୁଡିକୁ ଲୋକ ସମ୍ପର୍କ ଗତିବିଧି ଅଥବା ଶୈକ୍ଷଣିକ ଅଭ୍ୟାସ ରୁପରେ କାର୍ଯ୍ୟକାରୀ କରାଯାଏ । ବରଂ, ବାହ’ଈମାନେ ଶିଖିବାର ସ୍ଥିତିକୁ ଗ୍ରହଣ କରିବା ନିମନ୍ତେ ତଥା ପ୍ରକୃତ ବାର୍ତ୍ତାଳାପରେ ସାମିଲ୍ ହେବା ନିମନ୍ତେ ଚେଷ୍ଟା କରନ୍ତି । ଯେପରିକି, ସେମାନେ ସେହିସବୁ ସମସ୍ୟା ଗୁଡିକ ନିମନ୍ତେ କୌଣସି ବିଶିଷ୍ଟ ସମାଧାନ ପ୍ରଦାନ କରନ୍ତି ନାହିଁ ଯାହା ମାନବଜାତି ସମ୍ମୁଖୀନ ହେଉଅଛି, ଯଥା ପାଣିପାଗି ପରିବର୍ତ୍ତନ, ନାରୀ ସ୍ୱାସ୍ଥ୍ୟ, ଖାଦ୍ୟ ଉତ୍ପାଦନ ଓ ଦାରିଦ୍ର୍ୟ ଦୁରୀକରଣ । ତଥାପି ସମଗ୍ର ବିଶ୍ୱର ବାହ’ଈମାନେ ବିଭିନ୍ନ ଉପାୟରେ ଏହା ସହଭାଗୀ କରିବା ନିମନ୍ତେ ଉତ୍ସୁକ ଅଟନ୍ତି ଯେ ସେମାନେ ସଭ୍ୟତାର ବିକାଶ ପାଇଁ ବାହ’ଓଲ୍ଲହଙ୍କ ଶିକ୍ଷାବଳୀ ଗୁଡିକୁ ପ୍ରୟୋଗ କରିବାର ନିଜ ପ୍ରୟାସ ଗୁଡିକରେ କ’ଣ କ’ଣ ଶିଖିଅଛନ୍ତି ଏବଂ ଅନ୍ୟ ସମ-ବିଚାର ବିଶିଷ୍ଟ ବ୍ୟକ୍ତି ତଥା ସମୁହ ଗୁଡିକ ସହିତ ଶିଖିବା ନିମନ୍ତେ ଆଗ୍ରହୀ ଅଟନ୍ତି ।

ନାରୀ ଓ ପୁରୁଷର ସମାନତା, ସାମାଜିକ -ଆର୍ଥିକ ବିକାଶ, ସମାଜରେ ଧର୍ମର ଭୁମିକା, ଶିଶୁ ଓ ଯୁବା ଅଧିକାରମାନ ଏବଂ ସାମାଜିକ ପରିବର୍ତ୍ତନ ଭଳି କଥୋପକଥନ ଗୁଡିକରେ ଅଂଶଗ୍ରହଣ କରିବାରେ ଭାରତୀୟ ବାହ’ଈ ସମୁଦାୟ ପାଖରେ ଏକ ସମୃଦ୍ଧଶାଳୀ ଇତିହାସ ରହିଅଛି ।