ଆବ୍‌ଦୋଲ୍‌-ବାହ

“ସେ ହିଁ ବାହ’ଓଲ୍ଲହଙ୍କ ଅଦ୍ୱିତୀୟ ତଥା ସର୍ବ ଆଚ୍ଛାଦିତ ଚୁକ୍ତିର କେନ୍ଦ୍ର ଓ ଅକ୍ଷ ରୁପରେ, ତାଙ୍କର ସର୍ବସମୁନ୍ନତ ହସ୍ତକୃତି ଭାବରେ, ତାଙ୍କ ପ୍ରକାଶର ଦାଗ ରହିତ ଦର୍ପଣ, ତାଙ୍କ ଶିକ୍ଷାବଳୀର ଶ୍ରେଷ୍ଠ ଉଦାହରଣକାରୀ, ତାଙ୍କ ବାଣୀର ଅଭ୍ରାନ୍ତ ବାଖ୍ୟାକାର, ପ୍ରତ୍ୟେକ ବାହ’ଈ ଆଦର୍ଶର ପ୍ରତୀକ, ପ୍ରତ୍ୟେକ ବାହ’ଈ ସଦ୍‌ଗୁଣାବଳୀର ଅବତାର ରୁପରେ,.... ମାନବଜାତିର ଏକତାର ପ୍ରଧାନ ଉତ୍ସରୁପରେ ପରିଚିତ ଅଟନ୍ତି ଏବଂ ସର୍ବଦା ରହିବା ଉଚିତ...”

- ଶୋଘି ଏଫେଣ୍ଡି

ବିଂଶ ଶତାବ୍ଦୀର ପ୍ରାରମ୍ଭିକ ବର୍ଷଗୁଡିକରେ, ବାହ’ଓଲ୍ଲହଙ୍କ ଜ୍ୟେଷ୍ଠପୁତ୍ର- ଆବଦୋଲ-ବାହ ବାହ’ଈ ଧର୍ମର ପ୍ରମୁଖ ପ୍ରତିନିଧି ଥିଲେ ଏବଂ ସାମାଜିକ ନ୍ୟାୟର ନାୟକ ଭାବରେ ତଥା ଆନ୍ତର୍ଜାତିକ ଶାନ୍ତି ନିମନ୍ତେ ଜଣେ ରାଜଦୂତ ଭାବରେ ପ୍ରଖ୍ୟାତ ଥିଲେ ।

ଏକତାକୁ ନିଜ ଶିକ୍ଷାବଳୀର ମୌଳିକ ସିଦ୍ଧାନ୍ତ ରୁପରେ ବଜାୟ ରଖି, ବାହ’ଓଲ୍ଲହ ଏହା ସୁନିଶ୍ଚିତ କରିବା ନିମନ୍ତେ ଆବଶକୀୟ ସୁରକ୍ଷାମାନ ସ୍ଥାପନା କରିଥିଲେ ଯଦ୍ୱାରା ତାଙ୍କର ଧର୍ମ କେବେହେଲେ ସେହି ଭାଗ୍ୟର ସମ୍ମୁଖୀନ ନ ହେବ ଯେପରି ଅନ୍ୟ ଧର୍ମ ଗୁଡିକ ନିଜ ପ୍ରତିଷ୍ଠାତାଙ୍କ ସ୍ୱର୍ଗାରୋହଣ ପରେ ବିଭିନ୍ନ ସମ୍ପଦ୍ରାୟ ଗୁଡିକରେ ବିଭାଜିତ ହୋଇଯାଇଥିଲେ । ନିଜ ଲେଖାବଳୀରେ, ସେ ସମସ୍ତଙ୍କୁ ନିଜର ଜ୍ୟେଷ୍ଠପୁତ୍ର ଆବ୍‌ଦୋଲ-ବାହ୍‌ଙ୍କ ଆଡକୁ ଉନ୍ମୁଖ ହେବାର ନିର୍ଦ୍ଦେଶ ଦେଇଥିଲେ, ଯେ ଏକମାତ୍ର କେବଳ ବାହ’ଈ ଲେଖାବଳୀଗୁଡିକର ପାଧିକୃତ ବ୍ୟାଖ୍ୟାକାର ଅଟନ୍ତି, ପରନ୍ତୁ ଧର୍ମର ଚେତନା ଓ ଶିକ୍ଷାବଳୀ ନିମନ୍ତେ ଏକ ଶ୍ରେଷ୍ଠ ଉଦାହରଣକାରୀ ମଧ୍ୟ ।

ବାହ’ଓଲ୍ଲହଙ୍କ ସ୍ୱର୍ଗାବାସ ପରେ, ଆବଦୋଲ-ବାହଙ୍କ ଚରିତ୍ରର ଅସାଧାରଣ ଗୁଣାବଳୀମାନ, ତାଙ୍କର ଜ୍ଞାନ ଏବଂ ମାନବଜାତି ପ୍ରତି ତାଙ୍କର ସେବା ବାହ’ଓଲ୍ଲହଙ୍କ ଶିକ୍ଷାବଳୀର ଏକ ସ୍ପଷ୍ଟ କାର୍ଯ୍ୟରୁପ ପ୍ରଦାନ କରିଲା, ଏବଂ ସାରା ବିଶ୍ୱରେ ବିସ୍ତାର ଲାଭ କରୁଥିବା ବସତି ପାଇଁ ଖ୍ୟାତି ଆଣିଲା ।

ଆବ୍‌ଦୋଲ-ବାହ୍ ନିଜ ଶାସନ କାଳକୁ ନିଜ ପିତାଙ୍କ ଧର୍ମକୁ ଆଗକୁ ନେବାରେ ଏବଂ ଶାନ୍ତି ଓ ଏକତାର ଆଦର୍ଶ ଗୁଡିକୁ ସମୁନ୍ନତ କରିବା ଲାଗି ଉତ୍ସର୍ଗ କରିଥିଲେ । ସେ ସ୍ଥାନୀୟ ବାହ’ଈ ଅନୁଷ୍ଠାନ ଗୁଡିକର ସ୍ଥାପନା ନିମନ୍ତେ ପ୍ରୋତ୍ସାହିତ କରିଲେ, ଏବଂ ନବଜାତ ଶୈକ୍ଷଣିକ, ସାମାଜିକ ଓ ଅର୍ଥନୈତିକ ଉଦ୍ୟମଗୁଡିକୁ ମାର୍ଗଦର୍ଶିତ କରିଲେ । ଏକ ଦୀର୍ଘ ବନ୍ଦୀକାଳରୁ ମୁକ୍ତ ହେଲା ପରେ, ଆବ୍‌ଦୋଲ-ବାହ୍ ପର୍ଯ୍ୟାୟକ୍ରମେ ଇଜିପ୍ଟ, ୟୁରୋପ ଓ ଉତ୍ତର ଆମେରିକା ଭଳି ସ୍ଥାନକୁ ଯାତ୍ରା ଆରମ୍ଭ କରିଲେ । ନିଜ ସମଗ୍ର ଜୀବନକାଳ ମଧ୍ୟରେ, ସମାଜର ଆଧ୍ୟାତ୍ମିକ ତଥା ସାମାଜିକ ନବୀକରଣ ନିମନ୍ତେ ବାହ’ଓଲ୍ଲହଙ୍କ ଉପଚାରକୁ ସେ ଉଚ୍ଚ ତଥା ନିମ୍ନ ବର୍ଗର ଲୋକମାନଙ୍କ ଆଗରେ ସମାନ ରୁପରେ ଚମତ୍କାର ସରଳତାର ସହିତ ଉପସ୍ଥାପନ କରିଲେ ।

Exploring this topic: