ଶୋଘିଏଫେଣ୍ଡି

“... ସେ ହେଉଛନ୍ତି ଈଶ୍ୱରଙ୍କ ଚିହ୍ନ, ମନୋନୀତ ଶାଖା, ଈଶ୍ୱରଙ୍କ ଧର୍ମର ଅଭିଭାବକ, ସେ ଯାହାଙ୍କ ଆଡକୁ... ଈଶ୍ୱରଙ୍କ ପ୍ରିୟଜନ ମାନଙ୍କୁ ନିଶ୍ଚିତ ଭାବରେ ଉନ୍ମୁଖ ହେବାକୁ ପଡିବ । ସେ ହେଉଛନ୍ତି, ଈଶ୍ୱରଙ୍କ ବାଣୀଗୁଡିକର ବ୍ୟାଖ୍ୟାକାର...”

- ଆବ୍‌ଦୋଲ-ବାହ୍

ଏହା ଆଶ୍ୱସ୍ତ କରିବା ନିମନ୍ତେ ଯେ ବାହ’ଓଲ୍ଲହଙ୍କ ପ୍ରକଟିକରଣ ବିଶ୍ୱର ଏକତା ନିର୍ମାଣ କରିବା ଉଦ୍ଦେଶ୍ୟକୁ ହାସଲ କରିବ- ଏବଂ ବାହ’ଈ ସମୁଦାୟର ଏକତାକୁ ସୁରକ୍ଷା ପ୍ରଦାନ କରିବ — ବାହ’ଓଲ୍ଲହ ନିଜର ଜ୍ୟେଷ୍ଠପୁତ୍ର ଆବଦୋଲ-ବାହଙ୍କୁ ନିଜ ଚୁକ୍ତିର କେନ୍ଦ୍ର ଭାବରେ ନିଯୁକ୍ତ କରିଥିଲେ ଏବଂ ବିଶ୍ୱ ନ୍ୟାୟ ମନ୍ଦିରର ସ୍ଥାପନା ଆଦେଶ ଦେଇଥିଲେ । ସେହି କ୍ରମରେ, ଆବ୍‌ଦୋଲ-ବାହ୍ ବିଶ୍ୱ ନ୍ୟାୟ ମନ୍ଦିରର କାର୍ଯ୍ୟ ପଦ୍ଧତି ନିମନ୍ତେ ସିଦ୍ଧାନ୍ତ ଗୁଡିକର ସ୍ଥାପନା କରିଲେ ଏବଂ ଏହା ବ୍ୟକ୍ତ କଲେ ଯେ ତାଙ୍କର ସ୍ୱର୍ଗାରୋହଣ ପରେ, ବାହ’ଈଗଣ ତାଙ୍କର ଜ୍ୟେଷ୍ଠ ନାତି ଶୋଘି ଏଫେଣ୍ଡିଙ୍କ ଆଡକୁ ନିଶ୍ଚିତ ଭାବରେ ଉନ୍ମୁଖ ହେବେ ଯାହାଙ୍କୁ ସେ ଧର୍ମର ଅଭିଭାବକ ଭାବରେ ନାମିତ କରିଲେ ।

ଉଭୟ ବିଶ୍ୱ ନ୍ୟାୟ ମନ୍ଦିର ଓ ଅଭଭାବକଙ୍କ ଉପରେ ସିଦ୍ଧାନ୍ତ ଗୁଡିକୁ ଲାଗୁ କରିବାର, ବିଧାନ ଗୁଡିକର ଉଦଘୋଷଣା, ସଂସ୍ଥା ମାନଙ୍କୁ ସୁରକ୍ଷା ପ୍ରଦାନ ଏବଂ ବାହ’ଈ ଧର୍ମକୁ ଏକ ସଦା-ପ୍ରଗତିଶୀଳ ସଭ୍ୟତାର ଆବଶ୍ୟକତା ଅନୁଯାୟୀ ଅନୁକୁଳିତ କରିବାର ଦାୟିତ୍ୱ ନ୍ୟସ୍ତ ଥିଲା ।

୩୬ ବର୍ଷ ଧରି, ଶୋଘି ଏଫେଣ୍ଡି ନିଜର ଅସାଧାରଣ ଦୁରଦୃଷ୍ଟି, ବିଜ୍ଞତା ଓ ନିଷ୍ଠାର ସହିତ ବିକାଶର ଧାରାକୁ ବ୍ୟବସ୍ଥିତ ଭାବରେ ପୋଷିତ କରିଲେ, ବୋଧଗମ୍ୟତାକୁ ଦୃଢୀଭୂତ କରିଲେ, ଏବଂ ବାହ’ଈ ସମୁଦାୟର ଏକତାକୁ ସୁଦୃଢ କରିଲେ, କାରଣ ଏହା ବର୍ଦ୍ଧିତ ଭାବରେ ସମଗ୍ର ମାନବଜାତିର ବିବିଦ୍ଧତାକୁ ଦର୍ଶାଉଥିଲା ।

ସମୁଦାୟର କାର୍ଯ୍ୟକଳାପ ଗୁଡିକର ସୁପରିଚାଳନା ନିମନ୍ତେ ବାହ’ଓଲ୍ଲହଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅଦ୍ଭୁତ ବ୍ୟବସ୍ଥା, ଶୋଘି ଏଫେଣ୍ଡିଙ୍କ ନିର୍ଦ୍ଦେଶରେ ସମଗ୍ର ବିଶ୍ୱରେ କ୍ଷୀପ୍ର ଗତିରେ ବିକାଶ ଲାଭ କରିଲା । ସେ ବାହ’ଈ ଗ୍ରନ୍ଥ ଗୁଡିକୁ ଇଂରାଜୀରେ ଅନୁବାଦ କରିଲେ, ପବିତ୍ର ଭୂମିରେ ଧର୍ମର ଆଧ୍ୟାତ୍ମିକ ଓ ପ୍ରଶାସନିକ କେନ୍ଦ୍ରର ନିର୍ମାଣ କରିଲେ, ଏବଂ ନିଜର ହଜାର ହଜାର ପତ୍ର ଗୁଡିକରେ, ମାନବଜାତି ଅଗ୍ରସର ହେଉଥିବା ଭବିଷ୍ୟତର ବିସ୍ମୟକାରୀ ପରିକଳ୍ପନାକୁ ଅନାବୃତ୍ତ କରି, ସେ ସଭ୍ୟତାର ଆଧ୍ୟାତ୍ମିକ ଦିଗ ତଥା ସାମାଜିକ ପରିବର୍ତ୍ତନର ଗତିଶୀଳତା ଉପରେ ଗଭୀର ଅନ୍ତର୍ଦୃଷ୍ଟି ପ୍ରଦାନ କରିଲେ ।

Exploring this topic: